aaroto aanondo sindhu jagabandhu

ଆରତ ଆନନ୍ଦ        ସିନ୍ଧୁ ଜଗବନ୍ଧୁ

ଆରତ ଆନନ୍ଦ ସିନ୍ଧୁ !

ଆନନ୍ଦ ପସରା ସରଗର ଧାରା ବହାଅ ଦଗଧ ହୃଦୁ । ଘୋଷା ।

ଡାକଇ କାତରେ ଦିଅ ଦେଖା ବାରେ ଦେଖିଲେ ବଦନ-ଇନ୍ଦୁ,

ପାଷାଣ ଫାଟିବ,       ଦେହ ଶିହରିବ

ଝରିବ ଲୋତକ ବିନ୍ଦୁ । ୧ ।

ନୀରସ ହୃଦୟେ      ବସି ତବାଳୟେ

ଡାକୁଅଛି, ଦୀନବନ୍ଧୁ !

ପରାଣ ପରଶ,         ହୃଦୟେ ବରଷ

ତବ ପ୍ରେମ-ବାରି-ମଧୁ । ୨ ।

Leave a comment

Your email address will not be published. Required fields are marked *