ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ
ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା ।
ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି
ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ ା ୧ ।
ଥ ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ,
ଦୟାସନର ଛାମୁରେ କରୁ ପିତା ସମ୍ବୋଧନ ା ୨ ।
ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର !
ନାହିଁ ଏହି ନାମ ପରି ପାପୀ କର୍ଣ୍ଣେ ମନୋରମ ା ୩ ।
ପୁତ୍ର ହେଲେ କେଡ଼େ ଭାଗ୍ୟ ! ହୋଇବ ସକଳ ଭୋଗ୍ୟ
ପିତାଙ୍କ ରାଜ୍ୟ ସମ୍ପତ୍ତି ଗୌରବ ସୁଖ ସମ୍ଭ୍ରମ ା ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.