dino naatho hai dine su prossanne rakha

ଦୀନନାଥ ହେ,

ଦୀନେ ସୁପ୍ରସନ୍ନେ ରଖ ବିସ୍ତାରିଣ ହାତ । ଘୋଷା ।

ଡାକୁଅଛି ମୁଁ ଆରତ ସ୍ୱରେ, ନାଥ, ସୁନୟନେ ଚାହଁ ବାରେ,

ତୁମ୍ଭ ବିନୁ ଗତି ନାହିଁ ମୋର,

ତୁମ୍ଭ ହସ୍ତେ ଦେହ ଆତ୍ମା କରି ସମର୍ପିତ । ୧ ।

ସ୍ଥିର ନ ହୁଅଇ ମନ କ୍ଷଣେ,

କ୍ଷଣପ୍ରଭା ଯେହ୍ନେ ଘନେ ଘନେ,

ସ୍ଥିର କର ନାଥ ଶାନ୍ତି ଦାନେ,

ଆଉ କେହି ନାହିଁ ଶୁଣିବାକୁ ମୋ ଆରତ । ୨ ।

ଚିନ୍ତା ସର୍ବ କର ମନୁଁ ଦୂର, ମନୋବାଞ୍ଚା ନାଥ ସିଦ୍ଧ କର,

ତୁମ୍ଭ ବିନୁ କେହି ନାହିଁ ମୋର,

ତୁମ୍ଭେ ଥାଉଁ ଥାଉଁ ମୁଁ କି ହୋଇବି ଅନାଥ । ୩ ।

ନାଥ ମାଗୁଣି ମୋହର ଶୁଣ ବଞ୍ôଚଥିବି ମର୍ତ୍ତ୍ୟେ ଯେତେ ଦିନ

ତୁମ୍ଭ ପଦାମ୍ବୁଜେ ରଖ ମନ,

ଉଦେ କର ମୋର ମନେ ଭକ୍ତି ଶ୍ରଦ୍ଧାଚିତ୍ତ । ୪ ।

ନାଥ, ତବ ଆଗମନ ଦିନେ ଦୀନ ପ୍ରତି ସୁଅବଲୋକନେ

ତ୍ରାଣ କର ନାଥ ନିଜ ଗୁଣେ,

ମୁଁ ଯେ ଅତ୍ୟନ୍ତ ଦୁଃଖିତ ପାପେ ଭାରାକ୍ରାନ୍ତ । ୫ ।

 

ଭାଷେ ଅଯୋଗ୍ୟ ମୂଢ଼ ପାମର,

ମଲେ ଜୀଇଲେ ଅଟେ ତୁମ୍ଭର,

ନାଥ ନ କରିବ ମୋତେ ଦୂର,

ମୁଁ ଯେ ବିଶେଷ ମୂଲ୍ୟରେ ହୋଇଅଛି କ୍ରୀତ । ୬ ।

Leave a comment

Your email address will not be published. Required fields are marked *