ପ୍ରଭୁ, ନ ତେଜ ହେ ମୋତେ ଦୂରକୁ,
ଆସିଛି ତୁମ୍ଭ ଛାମୁକୁ ଶରଣ ନେବାକୁ । ଘୋଷା ।
ମୁଁ ଅତି ଅଭାଗା ଜନ, ପାପଭାରେ ଅବସନ୍ନ,
ଆସିଛି ମୁକ୍ତି ନିମିତ୍ତ କୃପା ପାଇବାକୁ । ୧ ।
ସିନ୍ଦୁର ସମ ଦୁରିତ ଅଛି ମୋ ହୃଦେ ପୂରିତ,
ଦେଇ ରକ୍ତ କର ଧୌତ ଶୁକ୍ଳ ହୋଇବାକୁ । ୨ ।
ପାପିନୀ ଲୋତକ ଦେଇ ଯେଉଁ ପାଦ ଦେଲା ଧୋଇ,
ଧରୁଛି ଖେଦିତ ହୋଇ ସେହି ଚରଣକୁ । ୩ ।
ଯେ ବଚନେ ତାର ପ୍ରତି କଲ ତାର ଚିତ୍ତ ତୃପ୍ତି,
କରଇ ମୁହିଁ ମିନତି ତାହା ଶୁଣିବାକୁ । ୪ ।
କର ମୋ ପାପ ମୋଚନ ଶୁଣାଅ କ୍ଷମା ବଚନ,
ଶେଷେ ତବ ରାଜ୍ୟେ ସ୍ଥାନ ଦିଅ ଆଶ୍ରିତକୁ । ୫ ।
ଆହେ ଯୀଶୁ ଦୟାମୟ, ତୁମ୍ଭେ ମୋର ତ୍ରାଣୋପାୟ,
ନ ପାଇ ଅନ୍ୟେ ଆଶ୍ରୟ ଧରିଛି ତୁମ୍ଭକୁ । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.