ଦିଅ ସୁସ୍ଥିର ମତି,
କର ସ୍ଥିର ମୋ ଚଞ୍ଚଳ ଗତି,
ଯୀଶୁ, କରିବି ହେ ତୁମ୍ଭ ସ୍ତୁତି । ଘୋଷା ।
ଏହି ମନ୍ଦିରକୁ କଲ ମନୋନୀତ କରିବା ପାଇଁ ବସତି,
ଏଣୁ ମୁହିଁ ତହିଁ ଦେଲି ପାଦ ଥୋଇ ସାବଧାନ ହୋଇ ଅତି
ସଂସାରର ଚିନ୍ତା ଦୂରେ ପରିହରି ଆସିଛି, ତୁମ୍ଭର କତି, ା ୧ ।
ଦେହ ପ୍ରାଣ ଦୁଇ ସମର୍ପିବି ମୁହିଁ ତୁମ୍ଭର ବାକ୍ୟର ପ୍ରତି
ଆତ୍ମା ଦ୍ୱାରା ସତ୍ୟତାରେ ମୋର ଭକ୍ତିପୂର୍ଣ୍ଣ ହେଉ ତୁମ୍ଭ ପ୍ରତି, ା ୨ ।
ନିଶ୍ଚଳରେ ଚାହିଁ ପ୍ରେମ-ସୁଧା ପିଇ କରିବି ପିପାସା ଶାନ୍ତି
ମରିୟମ ପରି ଶ୍ରୀଚରଣେ ବସି କରୁଥିବି ମୁହିଁ ଭକ୍ତି, ା ୩ ।
ପୁଣି ତାହା ପରି ପାପେ ଖେଦ କରି ଯେମନ୍ତ ଲଭିବି ମୁକ୍ତି ା ୪ ।
ମୁହିଁ ମୂଢ଼ମତି କରୁଛି ବିନତି, ହେଉ ଦୟା ମୋର ପ୍ରତି,
ଏହି ରୂପେ ଦିନ ଯେହ୍ନେ ବହିଯିବ ପହଞ୍ôଚବି ତୁମ୍ଭ କତି ା ୫ ।
ସ୍ୱର୍ଗପୁରେ ଯାଇ ସାଧୁ ମେଳେ ରହି ପାଶୋରିବି ମୋ ଦୁର୍ଗତି,
ବହୁକାଳ ବାଞ୍ଛା ସମ୍ପୂର୍ଣ୍ଣ ହେବାରୁ ଗାଇବି ହେ ଗୁଣ କୀର୍ତ୍ତି ା ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “ଦିଅ ସୁସ୍ଥିର ମତି, କର ସ୍ଥିର ମୋ ଚଞ୍ଚଳ ଗତି, dio susthiro moti kara sthiro”
ପଦ number ଭଲ ହେଇଛି