ନାହିଁ କାହିଁରେ ଗତି ମୁକ୍ତି ଜାଣରେ,
ଯୀଶୁ ବିନା ପାପୀର ଆନରେ । ଘୋଷା ।
ଯୀଶୁ ପରମେଶ୍ୱର ସତ୍ୟ ପଥ ସ୍ୱର୍ଗର
ପାପୀ ପାଇଁ ସେ ଦେଲେ ପ୍ରାଣରେ । ୧ ।
ସ୍ୱର୍ଗରୁ ସେ ଆସିଲେ, କ୍ରୁଶେ ପାପ ନାଶିଲେ
କରି ନିଜକୁ ବଳିଦାନରେ । ୨ ।
ସେ ମହା ପ୍ରାୟଶ୍ଚିତ୍ତ, ପାପୀର ମୁକ୍ତିବିତ୍ତ
ବିନା ମୂଲ୍ୟେ କରିଲେ ଦାନରେ । ୩ ।
ଧର ଯୀଶୁ ପୟର, ତାହାଙ୍କୁ ସେବା କର
ତାଙ୍କ କ୍ରୁଶରେ ରଖ ଧ୍ୟାନରେ । ୪ ।
ତାଙ୍କୁ କର ଅର୍ପଣ ଦେହ ଆତ୍ମା ଜୀବନ,
ତାଙ୍କ ପ୍ରଶଂସା କର ଗାନରେ । ୫ ।
କାୟମନୋବାକ୍ୟରେ ପ୍ରେମ ଭକ୍ତି ଭୟରେ
ତାଙ୍କ ସକଳ ଆଜ୍ଞା ମାନରେ । ୬ ।