ସୁଦୟା କରି ରଖ ପ୍ରାଣନାଥ ଉଦ୍ଧରି,
ପାପ-ପାରାବାରେ ମଗ୍ନ ଆତ୍ମା ମୋହରି । ଘୋଷା ।
ବାରିଧି ଜଳେ ପିତର ହୁଅନ୍ତେ ଅତି କାତର
ପ୍ରସାରି କୋମଳ କର ରଖିଲ ଧରି ା ୧ ।
ଷଡ଼ରିପୁ ପଞ୍ଚେନ୍ଦ୍ରିୟ ଭଗାରି ମୋ ଅତିଶୟ
କରନ୍ତି ମୋତେ ଅଥୟ ହତାଶ କରି ା ୨ ।
ନାହିଁ କିଛି ପୁଣ୍ୟ ମୋର କେବଳ ପାତକ ଘୋର
ହରଇ ସୁକୃତି ଚୋର ନରାତ୍ମା ଅରି ା ୩ ।
କର ଯୋଡ଼ି ନମ୍ର ଶିରେ କୃପାସନର କତିରେ
ଡାକେ ଖେଦିତ ମତିରେ ଚିତ୍କାର କରି ା ୪ ।
ଚୂର୍ଣ୍ଣ ଭଗ୍ନାନ୍ତଃକରଣ ଲୋଡ଼ୁଛ ପ୍ରଭୁ ଆପଣ
ଆରତ କର ଶ୍ରବଣ ମୋ ଦୁଃଖ ସ୍ମରି ା ୫ ।
ପାପୀ ପରିତ୍ରାଣ ପାଇଁ ଯୀଶୁ ନାମ ଅଛ ପାଇ,
ଡାକୁଛି ମୁଁ ନିତି ଧ୍ୟାୟି ଦିବା ଶର୍ବରୀ ା ୬ ।
ପାପ-ସାଗର-ବୋଇତ ତୁମ୍ଭ ମହା ପ୍ରାୟଶ୍ଚିତ୍ତ,
ମୁଁ ଅଟେ ତହିଁ ଆଶ୍ରିତ ହେ ତ୍ରାଣ ତରି ା ୭ ।
ରଖ ରଖ ଏ ଜୀବନ ଶୁଣ ଦୁଃଖୀ ନିବେଦନ
ହୁଅ ମୋ ପ୍ରତି ପ୍ରସନ୍ନ ମୋ ଦୁଃଖ ହରି । ୮ ।