aahe sundoro aaso aaji tume bhasho tumo baani ey milone

ଆହେ ସୁନ୍ଦର ଆସ ଆଜି ତୁମେ, ଭାଷ ତୁମ ବାଣୀ ଏ ମିଳନରେ,

ତ୍ୟାଗର ସରସ ପରଶ ଦିଅହେ, ଉଦ୍ଦୀପନା ଆସୁ ଅନନ୍ତରେ    । ଘୋଷା । 

 

ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ,

ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ           । ୧ । 

 

ମୋହରି ଶରଣ ବରଣ କର, କ୍ରୁଶର ପତାକା ଧରରେ,

ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ        । ୨ ।

 

 ହିଂସାର କୃପାଣ ଫିଙ୍ଗରେ ଦୂରେ, ପ୍ରେମର ଭୂଷଣେ ସାଜରେ,

ତେବେ ଯେ ମୋହରି ପ୍ରେମର ମନ୍ତର ବ୍ୟାପିବ ସିନା ଏ ଧରାରେ । ୩ ।

 

 କ୍ଷମାର ମନ୍ତ୍ରରେ ହୁଅ ହେ ପୂତ, ଶାନ୍ତିର ପତାକା ଧରରେ,

ତେବେ ତ ମୋହରି ସନ୍ତାନସନ୍ତତି ଜାଣିବେ ଜଗତ ଜନରେ  । 

 

ଜାଗରେ ମୋହର ଉତ୍କଳ ସନ୍ତାନ, ମୋ ପ୍ରେମ ମନ୍ତ୍ରରେ ଜାଗରେ,

ମୁଁ ଅଛି ସାଥିରେ ନିୟତ ତୁମର, ମୋ ରାଜ୍ୟ ବିସ୍ତାରେ ଲାଗରେ          । ୫

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *