ଭୟ ଭ୍ରାନ୍ତି କାହିଁକି ?
ଯୀଶୁଙ୍କ ବଳେ ତୋ ବିଶ୍ୱାସ ନାହିଁକି ?
ଯୀଶୁ ଦୟାର ସାଗର,
ନରେଶ୍ୱର ଅବତାର, ବହି ତୋର ପାପ ଭାର
ବଳୀକୃତ ନୋହିଲେ କି ? ା ଘୋଷା ।
ତୋର ସର୍ବ ଦୂରିତ ତାହାଙ୍କ ରକ୍ତେ ହୋଇଯିବ ମାର୍ଜିତ
ମୃତକୁ ସେ ପ୍ରାଣ ଦେଲେ, ଈଶ୍ୱରୀୟ କର୍ମ କଲେ,
ମୃତ୍ୟୁର ବଳ ଭାଙ୍ଗିଲେ, ଡରୁଛୁ ଆଉ କାହିଁକି ? । ୧ ।
ବନ୍ଧୁ ଜ୍ଞାତି ଛାଡ଼ିଲେ, ଆତ୍ମୀୟ ଲୋକେ ରିପୁ ହୋଇ ଉଠିଲେ,
ରାଜା ପ୍ରଜା ଏକ ମେଳେ ତୋର ବିନାଶ ପାଞ୍ôଚଲେ,
କ୍ଷତି ତୋର ଲେଶ ହେଲେ କରିବାକୁ ପାରିବେ କି ? । ୨ ।
ଗିରିଗଣ ଘୁଞ୍ôଚଲେ, ମହାସମୁଦ୍ର ନିଜ ସୀମା ଲଙ୍ଘିଲେ,
ପୃଥିବୀ ତରଳି ଗଲେ ଜ୍ୟୋତିର୍ଗଣ କଳା ହେଲେ
ଯୀଶୁରେ ବିଶ୍ୱାସ ଥିଲେ ଭୟ ତ୍ରାଶ ଲାଗିବ କି ? । ୩ ।
ମୃତ୍ୟୁ ନଦୀ ତଟରେ ଯୀଶୁଙ୍କ ତ୍ରାଣ-ତରୀ ଅଛି ଘାଟରେ,
ବିଶ୍ୱାସେ ଆରୋହୀ ଯିବୁ, ସ୍ୱର୍ଗକୂଳେ ପ୍ରବେଶିବୁ,
ଆହା କି ଭାଗ୍ୟ ଭୋଗିବୁ, ବର୍ଣ୍ଣି ତାହା ପାରିବୁ କି ? । ୪ ।