hebo ki mo traata namo mo monoru

ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ?

ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା । 

 

ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ,

ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ?

ହୋଇ କେଡ଼େ ଧନବାନ         ମୋ ପାଇଁ ହେଲେ ନିର୍ଦ୍ଧନ

ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ ।

ବାସ କଲେ କେଡ଼େ କଷ୍ଟେ,       ବହିଲେ ମୋ ପାପ ପୃଷ୍ଠେ,

ଗାଇବି ମୁଁ ନିତ୍ୟ ହୃଷ୍ଟେ ତାହାଙ୍କ ପ୍ରଶଂସା ଗାନ । ୩ । 

 

ଭୋଗିଲେ କେତେ ଯାତନା     ମୋହର ପାପ ବେଦନା 

ସେ ପ୍ରେମକୁ କି ଉପମା, ଭାବି ତାହା ଅନୁକ୍ଷଣ । ୪ ।

ତେଜିଣ ମହିମା ଦୂରେ           ଶୋଇଲେ ସେ କବରରେ

ଦୀନହୀନ ସଦୃଶରେ, ମୋ ପ୍ରତି ଏସନ ପ୍ରେମ । ୫ ।

ଯାଉ ସବୁ ଦୂରେ ଯାଉ, ସେ ନାମ ମୋ ମନେ ଥାଉ;

ତାଙ୍କୁ କି ପାସୋରେ ଆଉ ! ସେହି ପ୍ରଶଂସା ଭାଜନ । ୬ ।

Leave a comment

Your email address will not be published. Required fields are marked *