jaani to no thili jishu ra ede guno

ଜାଣିତ ନ ଥିଲି ଯୀଶୁର ଏଡ଼େ ପ୍ରେମ ଗୁଣ ହେ,

ମୃତକୁ ଜୀବନ ଦାନ ଦରିଦ୍ରକୁ ଧନ ହେ । ଘୋଷା ।

ପାପୀ ଅନ୍ଧକୁ ନୟନ ବଧିରେ ଶ୍ରବଣ ହେ,

ଏସନ ପ୍ରେମ ରତନ ପ୍ରଭୁ କଲେ ଦାନ ହେ । ୧ । 

 

ଶିଶୁକାଳ ଅପୋଗଣ୍ଡ କାଳେ ମୁଁ ଅଜ୍ଞାନ ହେ,

ତରୁଣ କାଳ କୁସଙ୍ଗ ସଙ୍ଗେ ଗଲା ଦିନ ହେ । ୨ ।

ଦୁର୍ଦ୍ଦଶାରେ ଦିଶାହରା, ହତାଶାରେ ନିରାଶ ହେ,

ଖ୍ରୀଷ୍ଟ ପ୍ରେମ ଲାଗି ଏବେ ପାଇଲି ଭରସା ହେ । ୩ ।

ଯୀଶୁ ଅଧରୁ ମଧୁର ଅମୀୟ ବଚନ ହେ,

ଛାର ପାପୀ ପ୍ରତି ଭାଷି ଦେଲେ ତନୁ ପ୍ରାଣ ହେ । ୪ ।

ତବ ପ୍ରେମ ଅକୂପାର ନୁହଇ କଳନା ହେ,

ତା ଲମ୍ବ ଗହୀର ଉଚ୍ଚ ଅସୀମ ତୁଳନା ହେ

ଯୀଶୁ ପ୍ରେମ ଆସି ପଶି ମୋ ମନେ ବହନ ହେ,

ପାପ ଦୁଃଖ ଶୋକ ମୃତ୍ୟୁ କଲା ସେ ଖଣ୍ଡନ ହେ । ୬ । 

 

ବିନତିରେ ନତ ହେଲି, ମିନତି ମୋ ଶୁଣ ହେ,

ନିରନ୍ତର ମୋ ଅନ୍ତରେ ଥାଉ ପ୍ରେମ ଗୁଣ ହେ । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *