ଯୀଶୁ ହେ ତୁମ୍ଭର କି ଆଶ୍ଚର୍ଯ୍ୟ ପ୍ରେମ ଅଟେ ଅନନ୍ତ ଅସୀମ ହେ ା ଘୋଷା ।
ମୋ ଗମ୍ୟ ରହିତ, ବର୍ଣ୍ଣନା ବର୍ଜିତ, ଅଟେ ଉପମାରହିତ ହେ,
ଆଉ ମୋର ଜିହ୍ୱା ନ ପାରଇ ତାହା କରିବାକୁ ପ୍ରକାଶନ ହେ ା ୧ ।
ସେହି ଶୁଦ୍ଧ ପ୍ରେମ କର ହେ ସ୍ଥାପନ ମୋ ମନେ କରି ସମ୍ପୂର୍ଣ୍ଣ ହେ,
ସେହି ସତ୍ୟ ପ୍ରେମ କରୁ ରାଜପଣ ମୋ ମନେ କରି ନୂତନ ହେ । ୨ ।
ଅନ୍ୟେ ନାହିଁ ତୃପ୍ତି, ନାହିଁ ମନେ ତୁଷ୍ଟି ହେ ପ୍ରଭୁ ତୁମ୍ଭ ବିହୁନେ ହେ,
ତୁମ୍ଭେ ମୋର ବଳ, ତୁମ୍ଭେ ମୋର ଢାଲ, ତୁମ୍ଭେ ମୋର ପରିତ୍ରାଣ ହେ । ୩ ।
ହେ ପ୍ରେମ କିରଣ, ଆସ ହେ ବହନ, ଉଦେ ହୁଅ ମୋର ମନେ ହେ,
ଦୂର କରି ଶୋକ ମୋର ଭୟ ଦୁଃଖ ପ୍ରେମେ ତୃପ୍ତ କର ମନ ହେ ା ୪ ।