khriste mo biswaaso jebe huontaa susthiro

ଖ୍ରୀଷ୍ଟେ ମୋ ବିଶ୍ୱାସ ଯେବେ ହୁଅନ୍ତା ସୁସ୍ଥିର

ଆହା କି ଆନନ୍ଦ ମନେ ଜନ୍ମନ୍ତା ମୋହରଘୋଷା ।

ପାପର ସ୍ମରଣ କଲେ ଭୟ ଜନ୍ମ

କ୍ରୁଶ ପ୍ରତି କରି ଦୃଷ୍ଟି କରନ୍ତି ତା ଦୂର । ୧ । 

 

ସଂସାରର ପ୍ରେମ କଲେ ଆକର୍ଷଣ

ଖ୍ରୀଷ୍ଟ ମୁଖ ଦେଖି ତାକୁ ମଣନ୍ତି ଅସାର । ୨ ।

ଦୁଃଖର ଲହଡ଼ି ପକାଇଲେ ମାଡ଼ି

ନିଶ୍ଚେ ତାକୁ ଏଡ଼ି ପୁଣି ଉଠାନ୍ତି ମୁଁ ଶିର । ୩ । 

 

କ୍ଷତି ମୋର ଲେଶ, ନ କରନ୍ତା କ୍ଳେଶ

ମୃତ୍ୟୁ କାଳେ ହିଁ ଗାୟନ ହୁଅନ୍ତା ମୋହର । ୪ ।

ପ୍ରଭୁ ହେ, ମୋ ପ୍ରତି କରି କୃପା ଦୃଷ୍ଟି ବଢ଼ାଅ ହେ,

ନିତି ନିତି ବିଶ୍ୱାସ ମୋହର । ୫ ।

Leave a comment

Your email address will not be published. Required fields are marked *