କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମ !
ନାହିଁ ତା ସମାନ ନାମ ତ୍ରିଭୁବନେ ଅନୁପମ । ଘୋଷା ।
ବିଶ୍ୱାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନ
କରେ ତା ଦୁଃଖ ନାଶନ, କରେ ତା ଶୋକ ଖଣ୍ଡନ । ୧ ।
ଭଗ୍ନାନ୍ତଃକରଣ ପ୍ରତି ଅଟେ ତାହା ସ୍ୱାସ୍ଥ୍ୟ ଶାନ୍ତି,
କ୍ଷୁଧିତକୁ କରେ ତୃପ୍ତି, ଶ୍ରାନ୍ତ ପ୍ରତି ସେ ବିଶ୍ରାମ । ୨ ।
ଯୀଶୁ ତ୍ରାଣ ନାମଧେୟ ଅଟେ ମୋ ପ୍ରତି କି ପ୍ରିୟ !
ଘୁଞ୍ଚାଏ ମୋ ସର୍ବ ଭୟ, ମୋହର ଦୃଢ଼ ପାଷାଣ । ୩ ।
ଯୀଶୁ ମୋହର ରାଜନ, ଯୀଶୁ ମୋହର ଜୀବନ,
ଆଉ ମୋର ତ୍ରାଣଧନ, ମୋହର ପୂଣ୍ୟ ବସନ । ୪ ।
ଯୀଶୁ ନାମ କେତେ ମିଷ୍ଟ, କରେ ମୋତେ ନିତ୍ୟ ହୃଷ୍ଟ,
ଅଟନ୍ତି ସେ ମୋର ଇଷ୍ଟ, ମୋର ନିତ୍ୟ ଗାନ ଧ୍ୟାନ । ୫ ।