monoru hebo ki antoro jishu naamo

ମନରୁ ହେବ କି ଅନ୍ତର ଯୀଶୁ ନାମ

ଯେ ନାମ ଅଟଇ ସର୍ବ ନାମରୁ ପରମ । ଘୋଷା ।

ଯେ ନାମ ସ୍ୱର୍ଗ ଭୁବନେ ଗା’ନ୍ତି ଦିବ୍ୟ ଦୂତଗଣେ,

ମୁକୁଟ କାଢ଼ି ଅନୁକ୍ଷଣେ ବୋଲନ୍ତି ଧର୍ମ ଧର୍ମ ଧର୍ମ ହେ ଯୀଶୁ ନାମ,

ଧ ନ୍ୟବାଦ ପ୍ରଶଂସାକୁ ତୁମ୍ଭେ ସୁଭାଜନ । ୧ ।

ଶୁଣି ସେ ନାମ ମୋ ଚିତ୍ତ ହେଲା ପୁଲକିତ, ହେଲା ଶୋକ ସନ୍ତାପ ହତ

ଦୂର କଲା ମୋ ଭୟ, କରିଲା ତ୍ରାଣୋଦୟ,

ଜନ୍ମାଇଲା ମନେ ମୋର ପରମ ସାନ୍ତ୍ୱନା । ୨ । 

 

ଯେ ଯାଏ ଥିବି ଜଗତେ ଗାଇବି ମୁଁ ହୃଷ୍ଟ ଚିତ୍ତେ,

ଯୀଶୁଙ୍କ ନାମ ଅବିରତେ ହେଲେ ମୋ ଯାତ୍ରା ଶେଷ ହୋଇ ସ୍ୱର୍ଗେ ପ୍ରବେଶ

ଅଧିକ ସୁମିଷ୍ଟ ସ୍ୱରେ ଗାଇବି ସେ ନାମ । ୩ ।

 

ଯୀଶୁଙ୍କ ନାମ ସମାନ ନାହିଁ ମନୋରମ ନାମ,

ପାଇଛନ୍ତି ପ୍ରଧାନ ନାମ ସେ ନାମ ମୋର ଗଡ଼,

ମୋର ଦୃଢ଼ ପାହାଡ଼, ନୋହିବ କଦାଚ ମୋର ମନୁଁ ବିସ୍ମରଣ । ୪ ।

Leave a comment

Your email address will not be published. Required fields are marked *