no paasoro tanku mono n paasoro kodaachana

ନ ପାସୋର ତାଙ୍କୁ ମନ, ନ ପାସୋର କଦାଚନ,

ଯେଉଁ ପ୍ରିୟତମ ମିତ୍ର ତୋ ପାଇଁ ଦେଲେ ଜୀବନ । ଘୋଷା ।

କରିବାକୁ ଧନବାନ   ହେଲେ ମୋ ପାଇଁ ନିର୍ଦ୍ଧନ,

ମୁହିଁ ଅତି ଦୀନହୀନ  କି କରିବି ପ୍ରତିଦାନ   ା ୧ ।

ବହିଲେ ମୋର ଦୂରିତ,             ହେଲେ ମୋ ପାଇଁ ଲଜ୍ଜିତ,

ଢାଳିଲେ ନିଜ ଶୋଣିତ,             ଆହା କି ବିଚିତ୍ର ପ୍ରେମ     ା ୨ ।

ମୋତେ ଦେବାକୁ ଜୀବନ        ଭୋଗିଲେ କ୍ରୁଶେ ମରଣ,

ଶତ୍ରୁଙ୍କ ପାଇଁ ଏସନ  ପ୍ରେମ ନୋହିଲା ଦର୍ଶନ    ା ୩ ।

ହେଉ ମନୁଁ ବିସ୍ମରଣ ସର୍ବ ମୋହ ମାୟାମାନ,

ତାଙ୍କୁ ନ ପାସୋର ମନ,           ସେହି ମୋର ଧ୍ୟାନ ଗାନ   ା ୪ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “no paasoro tanku mono n paasoro kodaachana”