ପ୍ରଭୁ ଯୀଶୁ ଦୟାସାଗର, ତାଙ୍କ ମହାଦୟା କି ଚମତ୍କାର !
ଦୟା-ଡେଣା ମେଲି ଅଇଲେ ସେ ଉଡ଼ି
ତ୍ୟାଗ କରି ନିଜ ଅମରପୁର । ଘୋଷା ।
ଦୟା-ଦଣ୍ଡ ହସ୍ତେ ଧରିଣ ବୁଲିଲେ ସେ ନଗର ଗ୍ରାମ,
ଦୁର୍ବଳ ପତିତ ରୋଗଗ୍ରସ୍ତ ପ୍ରତି ନ କଲେ ନିରୁଦ୍ଧ ଦୟା ନିର୍ଝର । ୧ ।
ବାଟେ ଘାଟେ ଯେତେ ମିଳିଲେ ତାଙ୍କୁ ଚତୁର୍ଦ୍ଦିଗେ ଘେରିଲେ,
ଅନ୍ଧ, ଛୋଟା, ଘଙ୍ଗୂା, ପକ୍ଷାଘାତୀ, କଷ୍ଠୁୀ, ଭତୂଗସ୍ତ୍ର ନାନା ରୋଗୀ ବଧୀର । ୨ ।
ଯେତେ ଅଇଲେ ତାଙ୍କ ପାଶେ ସୁସ୍ଥ ହୋଇଲେ ଅନାୟାସେ,
କୌଣସି ପୀଡ଼ିତ ହୋଇ ତୁଚ୍ଛୀକୃତ ନ ଗଲା ପୀଡ଼ାରେ ହୋଇ କାତର । ୩ ।
ଛୋଟା ନାଚେ, ବଧୀର ଶୁଣେ, ଅନ୍ଧ ତାକୁ ଦେଖେ ନୟନେ,
ଘୂଙ୍ଗା ବୋଲେ ବାଣୀ କରି ଜୟଧ୍ୱନି, କୁଷ୍ଠୀ ହୋଇଲେ ନିର୍ମଳ ଶରୀର । ୪ ।
ପରିତୃପ୍ତ ହେଲେ କ୍ଷୁଧିତ ମୃତ ହେଲେ ପୁନର୍ଜୀବିତ,
ପ୍ରଚଣ୍ଡ ତରଙ୍ଗ, ଗଭୀର ସାଗର ତାଙ୍କ ଆଜ୍ଞାମାତ୍ରେ ହୋଇଲା ସ୍ଥିର । ୫ ।
ଆହେ ଯୀଶୁ ଦୟାସାଗର, ରୋଗେ ପୂର୍ଣ୍ଣ ସର୍ବାଙ୍ଗ ମୋର,
ସ୍ପଶ ର୍କର ମୋତେ, ଦେଇ ନିଜ ହସ୍ତ, ମୋର ସର୍ବରୋଗ ହୋଇବ ଦୂର । ୬ ।