ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର
(ଆଜି) ଭିକାରି ବେଶରେ ତୁମରି ଦୁଆରେ
ଉଭା ଯେ ହୋଇଛି ମୁହିଁ,
ଧରି ଭିକ୍ଷା ଝୋଲି ଭିକ୍ଷା ଦିଅ ବୋଲି
ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ
ନିରାଶ କରି କି ଦେବ ଫେରାଇ ? । ୧ ।
ତୁମ୍ଭ ଲାଗି ମୁହିଁ କେତେ ଦୁଃଖ ସହି ହେଲି ଦୀନହୀନ ଭାଇ,
କି ଭିକ୍ଷା ରଖିଛ କି ସୁଖ ତ୍ୟଜିଛ
ତୁମେ ତ ମୋହରି ପାଇଁ ?
ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର
କେତେ ଆଶା କରି ଆସିଛି ମୁହିଁ,
ମୁକ୍ତ ହସ୍ତେ ଭିକ୍ଷା ଦିଅ ହେ ଭାଇ । ୨ ।
ମୋହରି ହସ୍ତରୁ ପାଇଛ ଯା’ ସବୁ ହେଜ ତୁମେ ନିରନ୍ତର,
ମୋହରି ଦାନରୁ ମୋତେ କି ଦେବାକୁ ହେଉଛ ତୁମେ କାତର ?
କେତେ ଆଶା କରି ଆସିଛି ମୁହିଁ,
ଯେତେ ଦେବ ସେତେ ବଢ଼ିବ ଭାଇ । ୩ ।
ପ୍ରେମର ଭିକାରି ମୁହିଁ ଯେ ତୁମରି
ତୁମ ପ୍ରେମ ଲାଗି ମରେ
ତୁମ ଦାନ ସହ ତୁମ ପ୍ରେମ ଦିଅ
ପାଇବ ମୋତେ ଅନ୍ତରେ
କେତେ ଆଶା କରି ଆସିଛି ମୁହିଁ,
ନିରାଶ କରି କି ଦେବ ଫେରାଇ ? । ୪ ।