(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ)
(ଆଜି) ଖ୍ରୀଷ୍ଟୀୟ ଗୃହରେ,
ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ ।
ବିଗତ ଦିନର ଶତ ମଳିନତା
ପାପ ପ୍ରତି ଆଶା, ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ
ତୁମରି ଜୀବନେ ଯୀଶୁ ନାଥ । ୧ ।
ସାନ ମେଷପଲ ଆମ ପରିବାର, ହେ ମେଷପାଳକ,
ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ
ରଖ ଆମକୁ ହେ ଅବିରତ । ୨ ।
ଆସଇ ବିପଦ ଯେବେ ଘନ ହୋଇ
କଳା ମେଘ ଘୋଟି ଯାଏ ହୃଦ ଭୂଇଁ
ଆମ ପରିବାର ରକ୍ଷା କର ପ୍ରଭୋ, ଜୀବନକାଣ୍ଡାରି ଯୀଶୁ ନାଥ । ୩ ।
2 thoughts on “(aaji) khristiya gruhare”
Very nice song
Sashibhusan Haripal