ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା ।
ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ,
ପୂତ ଆତ୍ମାଦାତା ପାପୀ ପରିତ୍ରାତା,
ଚରଣକମଳୁ ମଧୁ ଖାଆରେ । ୧ ।
ସେ ପ୍ରେମ ନିର୍ଝର ସର୍ବ ମୂଳାଧାର ମୁକତି କରତା ପରପାରେ
ଧନ ମନ ଜୀବନ ଆତ୍ମା ସମର୍ପଣ
କରି ସେ ନାମ ସ୍ମରୁ ଥାଆରେ । ୨ ।