କର ମନ ତ୍ରାଣରତ୍ନ ଯତନ,
ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା ।
ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ ଅନ୍ୟ ଧନେ ନାହିଁ ପ୍ରୟୋଜନ
ଲାଭ କର ଆରେ ମନ ଯତନେ କରି ସାଧନ । ୧ ।
ସାଂସାରିକ ସମ୍ପତ୍ତି ଧନ ଅଟେ ମିଥ୍ୟା ଛାୟାର ପ୍ରମାଣ;
ତହିଁ ନାହିଁ ମନ ତୃପ୍ତି, ସେହି ଅଟେ ସ୍ୱପ୍ନ ପ୍ରମାଣ । ୨ ।
ଖ୍ରୀଷ୍ଟ-ନିଧି ଅକ୍ଷୟ ନିତ୍ୟ, ତହିଁ ମନ ହୁଅଇ ତୃପ୍ତ;
ବିଶ୍ୱାସରେ ହୁଏ ପ୍ରାପ୍ତ, ଧର ପ୍ରଭୁ ଯୀଶୁ ଚରଣ । ୩ ।
ଖ୍ରୀଷ୍ଟ ରତ୍ନ ବିହୁନେ ମନ ଆଉ ନାହିଁ ମହା ପରିତ୍ରାଣ,
ନ ପାସୋର ଆରେ ମନ, ସର୍ବଦା କର ଯତନ । ୪ ।