ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ;
ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା ।
ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,
ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ ।
ଅମା ଅନ୍ଧକାରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,
ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ ।
ତୁମ ପ୍ରେମ ଗୁଣେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,
ତୁମ ପ୍ରେମ ଗୁଣେ ମୃତ ଜନେ ଜୀବନ ବିହିଲ । ୩ ।
ତୁମେ ପ୍ରେମଭରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ,
ତୁମେ ପ୍ରେମ ଭରେ କ୍ରୁଶୋପରେ ଅଧମେ ତାରିଲ । ୪ ।