momo drudaya chandana jishu jaya jagata chandana

(ସ୍ୱର : ତୁମେ ଅଧମ ପତିତ ନରେ)

ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ

ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା ।

ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ 

ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ ।

ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ

ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ । 

 

ଯୋଗୀ ଋଷି ଜପମାଳ ଭାବଗ୍ରାହୀ ହୃଦୟ ସ୍ୱାଇଁ ଦୁର୍ବଳ 

ବଳ ଭକତର ଜ୍ଞାନଧନ ଜୟ ଭକତ ଭୂଷଣ । ୩ ।

ଅକୂଳ ସାଗର କୂଳ ଦୁଃଖୀ ରଙ୍କି କାଙ୍ଗାଳର ରତନ ଥାଳ 

ମହୌଷଧି ଗୁଣନିଧି ଜୟ ବିପଦଭଞ୍ଜନ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *