ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି,
ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା ।
ତୁଟି ତୁଟି ଯାଏ ଅନ୍ଧକାର ମୋହ, ହସି ହସି ଉଠେ ପ୍ରକୃତି ନିବହ
ନୂଆ ଜନମର ଜୀବନ ପ୍ରବାହ ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ ।
କ୍ରୁଶ କାଲଭେରୀ ମୁକୁଟ କଣ୍ଟାର, ପକ୍ଷୀକଳତାନ ଭ୍ରମର ଝଙ୍କାର,
ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ ।
କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ ବିଶ୍ୱର ଦୁଆରେ କ୍ରୁଶ କାନ୍ଧେ ଠିଆ,
ପରିପୂର୍ଣ୍ଣ ପ୍ରେମ ମୁକତି ତାଟିଆ ଦୁଆରେ ଦୁଆରେ ଯାଚୁଛି । ୩ ।
ପାପୀ ତାପୀ ଦୀନ ଆତୁର ଅନାଥ ପୂଣ୍ୟମୟ କର ପରଶେ କୃତାର୍ଥ,
ଆସ ଯହିଁ ଯେତେ ଅଛ ପରିଶ୍ରାନ୍ତ ଅନନ୍ତ ବିଶ୍ରାମ ମିଳୁଛି । ୪ ।
ଆଣିଛି ଆଲୋକ ନୂଆ ଜାଗରଣ, ଜାଗରେ ନିଦ୍ରିତ ଉତ୍କଳ ସନ୍ତାନ,
ଥିବ କେତେ ଦିନ ମୋହ ନିଗମନ ! ଶୁଭ ଶଙ୍ଖ ଦେଶେ ବାଜୁଛି । ୫ ।