ପାପୀ ମନରେ ଥରେ କ୍ରୁଶକୁ ଚାହାଁ
ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା ।
ଯିହୁଦୀଏ କରିଣ କୂଟ ପିନ୍ଧାଇଲେ କଣ୍ଟା ମୁକୁଟ
ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ ।
ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେ
କ୍ଷମ ଭୟ ଦୂର ହୋଇବ ନିକର
ପରମ ପଥକୁ ହୋଇବ ସାହା । ୨ ।
କ୍ରୁଶ ଯନ୍ତ୍ର ସଂସାରେ ସାର ପାପୀ ମୁକ୍ତି କୋଠ ଭଣ୍ଡାର
ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ କାଲବରୀ ଚୂଳେ ହୋଇଛି ଠିଆ । ୩ ।
Click the link below to konw the song tune
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.