dekho dekho kiye asuchanti

ଦେଖ ଦେଖ କିଏ ଆସୁଛନ୍ତି ମହା ଗୌରବରେ ଆସୁଛନ୍ତି
ଚକ୍ଷୁ ଉଠାଇ ଉଦ୍ଧିକୁ ଦେଖା
ଆମ ଯୀଶୁ ରାଜା ଆସୁଛନ୍ତି (ଘୋଷା)

କେଡ଼େ ସୁନ୍ଦର ଏ ସାଜସଜା
ସରଗର ବିଭବରେ ସଜ୍ଜା
ବାଜା ବାଜୁଛି ଦୃତ ଗାଉଛି
ଗଉରବେ ଯୀଶୁ ଆସୁଛନ୍ତି… |୧|
ଆଉ ନାହିଁ ତ ସେ କଣ୍ଟା ମୁକୁଟ
ବର ବେଶରେ ଏବେ ସଜିତ
ବଧୁ ସାଜିଛି ଗୁଣେ ଭରିଛି
କନ୍ୟା ନେବେ ବର ଆସୁଛନ୍ତି । ୨ ||

ସୂର୍ଯ୍ୟ ଚନ୍ଦ୍ର ନାହାନ୍ତି ଉଦ୍ଧରେ
ମଲା ପଡ଼ିନି ଦେହ ସେଠାରେ
ଭୟ ରହିଛି ହୃଦ କଂପୁଛି
ନ୍ୟାୟ ଦେବେ ଯୀଶୁ ଆସୁଛନ୍ତି… |୩|

ଏହି ପୃଥିବୀ ଲୋପ ପାଇବା
ଏକ ନୂଆ ଦୁନିଆ ସୃଷ୍ଟି ହୋଇବ
ସବୁ ନୂଆ ହେବ ସୃଷ୍ଟି ନୂଆ ହେବ
ରାଜ୍ୟ କରିବେ ଯୀଶୁ ଆସୁଛନ୍ତି I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *