utho jago bhetibaku jishu rajare

ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେ
ସ୍ବର୍ଗବାହିନୀ ସାଥେ ଆରୋହୀ ମେଘ ରଥେ
ଆସୁଛନ୍ତି ବେଗେ ମଧ୍ୟ ଆକାଶରେ … (ଘୋଷା)

ଅନୁତାପ ହୃଦୟେ କର ଖେଦ କ୍ରନ୍ଦନ
କର ଯେବେ ସ୍ୱୀକାର ହେବ ପାପ ମୋଚନ
ପରିଷ୍କୃତ ହେବ ଯୀଶୁଙ୍କ ରକତରେ |୧|

ଜୀବନ ପୁସ୍ତକରେ ଲେଖା ଯାହାର ନାମ
ମହାନନ୍ଦେ ପ୍ରବେଶ କରିବେ ସ୍ଵର୍ଗଧାମ
ଭୋଗିବେ ଅନନ୍ତ-ଜୀବନ ସ୍ଵର୍ଗ-ପୁରେ । |୨|

ମେଷ ଶାବକ ରକ୍ତ ହୋଇଛି ଶୁକ୍ଳ ବର୍ଣ୍ଣ
ନିଷ୍କଳଙ୍କ ନିର୍ବାଗ ପରିତ୍ରାଣ ବସନ
ହୁଅ ବେଗେ ସେହି ବସ୍ତେ ବିଭୂଷିତରେ .. |୩|

ପବିତ୍ର ଆମ୍ରାରେ ହୁଅ ପରିପୂର୍ଣ୍ଣ
ତାଙ୍କରି ଇଂଗିତରେ ସଦା କର ଗମନ
ମିଳାଇବେ ସେହି ଏକା ଯୀଶୁ ସାଥୁରେ … |୪|

ଦିଦିନଆ ଅଟେ ଏହି ପାପ ସଂସାର
ସ୍ଵର୍ଗ ରାଜ୍ୟ ଅଟେ ଆମ ଚିର ନଗର
ଚିର ଶାନ୍ତି, ବିଶ୍ରାମ ଭୋଗିବା ତହିଁରେ |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *