mu tumari choto mesha

ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)
କଢ଼ାଅ ହେ ସତ୍ୟ ପଥେ
ହୋଇ ମୋ ଚାଳକ… ଲା… ଲା… (ଘୋଷା)

ଜାଣ ତୁମେ ପ୍ରଭୁ ପ୍ରୟୋଜନ ଯାହା ମୋର ଭଲ ପାଇଁ
ଚାହଁ ଖାଲି ତୁମେ ରହିବାକୁ ମୋତେ ତୁମରି ପିଲାଟି ହୋଇ
ନ ହଜିବି ମୁଁ ନିଜକୁ ପ୍ରତିଟି ପଲକ… ଲା … ଲା … |୧|

ଅଛି ଧରା ପରେ କେତେ ଦୁଃଖ ସୁଖ, ପରୀକ୍ଷା ଯେତକ
ସବୁ ପାଇଁ ରୁହ ସାଥେ ମୋର ଦେଇ ତୁମରି ଆଲୋକ ଟିକ
ପାରିବନି କେବେ ଜିତି ଜଗତ ଅଳିକ… ଲା … ଲା … |୨|

ପ୍ରେମ ବହି ତୁମେ ଯେଉଁ କ୍ଷମା କଲ ଦେଇ ସେ ଝଲକ
କ୍ଷମିବାକୁ ମୋର ଶତ୍ରା ପାଇଁ ମନେ ପ୍ରେମର ମହକ ରଖ
ମୋ ଜୀବନ ହେଉ ତୁମ ବାରତା ବାହକ.. ଲା…ଲା… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *