parbata sikhare jebe urdha drusti

ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋର
ନିରାଶ ଓ ଦୁଃଖ କାଳରେ
ଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏ
କରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା)

ଇସ୍ରାଏଲ ରକ୍ଷକ ନ ହୁଅନ୍ତି ନିଦ୍ରିତ
ଦିଅନ୍ତି ସାନ୍ତନା ମୋତେ ମୁଁ ଯେବେ ଚିନ୍ତିତ
ଛାୟାପରି ଥାନ୍ତି ମୋର ଦକ୍ଷିଣ ପାର୍ଶ୍ବରେ… |୧|

ଦିବସରେ ସୂର୍ଯ୍ୟ କି ବା ରାତ୍ରିରେ ଚନ୍ଦ୍ରମା
ସବୁ ତ ଅଟଇ ପ୍ରଭୁ ତୁମ ସରଜନା
କରି କି ପାରିବ କେହି ଆଘାତ ମୋ ପରେ… |୨|

ରକ୍ଷା କରିବେ ସେ ମୋତେ ସବୁ ବିପଦରୁ
କେବେ ବି କରିବେ ନାହିଁ ଦୂର ତାଙ୍କଠାରୁ
କାରଣ ସେ ମୋ ରକ୍ଷକ ଭିତରେ ବାହାରେ… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *