paribartita jibana

ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣ
ଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ(୪ ଥର) (ଘୋଷା)

ପ୍ରଭୁ ପରେ ବିଶ୍ଵାସ ରକ୍ଷା କରେ ପାପୀଙ୍କୁ
ପୁରୁଣା ବିଷୟ ଚାଲିଯାଏ
ହୁଏ ସବୁ ନୂତନ (୪ ଥର)… |୧|

ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମ
ସ୍ଵର୍ଗୀୟ ଧନେ ସେ ଧନବାନ
ଆନନ୍ଦିତ ସେ ମନ … (୪ ଥର)… |୨|

ମୁକ୍ତିପ୍ରାପ୍ତ ଜୀବନ ପବିତ୍ରତା ପଥରେ
କରଇ ସର୍ବଦା ଗମନ
କରେ ଉତ୍ତମ କର୍ମ … (୪ ଥର)… |୩|

ମନ ପରିବର୍ତ୍ତନ କରିଛି ଯେଉଁ ଜନ
ସ୍ଵଭାବ ତା ଯୀଶୁ ଅଧୁନ
କରଇ ସଂଶୋଧନ … (୪ ଥର)… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *