aha kede bhagyabano prabhu

ଆହା କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ
କେଡ଼େ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ (ଘୋଷା)

ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ
ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ … |୧|

ତାଙ୍କର ଅସୀମ ଭ୍ରାନ୍ତି ଶୂନ୍ୟ ଜ୍ଞାନ
କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ … |୨|

ବିଦେଶରେ ଗତି କଲେ ନାହିଁ ଭୀତି
ସର୍ବତ୍ର ନିବିଘ୍ନ ତାଙ୍କୁ କରାନ୍ତି ଗମନ … |୩|

ସମୁଦ୍ର ଗମନେ ଭୟନୁହେଁ ମନ
ଯେଣୁ ସେ ସମୁଦ୍ର ଢ଼େଉ ତାଙ୍କ ଆଜ୍ଞାନ … |୪|

ଦୁର୍ଦ୍ଦଶା, ଦୁର୍ଗତି, ମରଣ ଓ ଭୀତି
ଏ ସର୍ବରେ ତାଙ୍କ ପ୍ରତି ନିତ୍ୟ ଆବରଣ …. |୫|

ଘଟିଲେ ମରଣ ଭୟ କି କାରଣ
ରହିଲେ ପ୍ରଭୁଙ୍କ ସଙ୍ଗେ ସଙ୍ଗେ ଅନୁକ୍ଷଣ … |୬|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *