re mana jishunku tu chadi jagata pache

ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନା
ଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେ
କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା)

ଯୀଶୁଙ୍କ ସାଥେ ଚାଲେ ଯିଏ ପବିତ୍ର ଜୀବନ ବିତାଏ
ଯୀଶୁଙ୍କ ନାମ ଭଜେ ଯିଏ ଶାନ୍ତି ଆନନ୍ଦ ପାଏ ସିଏ
ରେ ପ୍ରାଣ ବ୍ୟାକୁଳ କାହିଁକି ତାଙ୍କ ପରେ ଭରସା ରଖ୍
କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା …. |୧|

ଦୁଇ ଦିନିଆ ଏ ସଂସାର ଅନେକ ଭାବୁତୁ ମନରେ
ବୁଲୁତୁ ହୋଇଣ ହତାସ ଶେଷରେ ହେବ ସର୍ବନାସ
ଏ ଦୁନିଆରୁ ହେବୁ ପାରି ଯିବାକୁ ସେ ସରଗପୁରୀ
ତାଙ୍କ ଡାକ ମନା କରନା ଜଗତ ପଛେ ଯାଅନା … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *