patitapabana seta patitapabana

ପତିତପାବନ ସେତ, ପତିତପାବନ
ଜୟ, ଜୟ, ଜୟ ଯୀଶୁ ଦାଉଦି ସନ୍ତାନ … (ଘୋଷା)

ମହାପ୍ରେମେ ତେଜି ସେହି ସ୍ଵର୍ଗ ଭୂବନ,
ପାପୀ ପାଇଁ ବରିଥିଲେ କୃଶ-ସିଂହାସନ … |୧|

ଯେତେ ପାପୀ ଆସିଲେ ହେଁ ପାଇବେ ସ୍ଥାନ,
ଭାଷିଥିଲେ ଶ୍ରୀମୁଖରେ ଅମୀୟ ବଚନ … |୨|

ବାଳ, ବୃଦ୍ଧ, ଯୁବା ଧନୀ, ଦୀନ, ଅକିଞ୍ଚନ
ନ ତେଜନ୍ତି କେବେ ହେଲେ ଶୁଣି ନିବେଦନ … |୩|

ଏ ମରୁ-ମରୀଚିକାରେ ଭ୍ରମି ଅକାରଣ,
ବୃଥାରେ ନ କାଟି ଦିନ, ଧର ଶ୍ରୀଚରଣ … |୪|

ଏ ମାଟି ଶରୀର ହେବ ମାଟିରେ ଲୀନ,
ପରକାଳ ପାଇଁ କର ଯତନେ ସନ୍ଧାନ … |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *