କୁହରେ …କୁହରେ …ହେ…କୁହ..କୁହରେ କାହାକୁ ଖୋଜୁଛ ତୁମ୍ଭେ
ନାହାନ୍ତି ଆଉ ସେ ଏଠାରେ
ସ୍ଵୟଂଜୀବୀ ସ୍ଵୟନ୍ତୁ ସେହି ମୃତ୍ୟୁର ବନ୍ଧନ ଛିଣ୍ଡାଇ…ହୋ
ସେ ତ ଉଠିଛନ୍ତି କବର ଫିଟାଇ
ଦେଖ କବର ପଡ଼ିଛି ଶୂନ୍ୟ ହୋଇ
ଶୁଭେ ବାଣୀ ଦୂତ ମୁଖରେ …(ଘୋଷା)
ଥର ଥର ହୋଇ କମ୍ପିଲା ଏ ମହୀ
ସ୍ରଷ୍ଟାଙ୍କୁ ପାରିନି ରଖି କବର ଲୁଚାଇ
ଛିଣ୍ଡିଲା ଜଞ୍ଜିର ଘୁଞ୍ଚିଲା ପଥର
ଉଠିଲେ ଜୀବନ ପାଇ ସେ ଯୀଶୁ ମୃତ୍ୟୁଞ୍ଜୟୀ
ଚହଳ ପଡ଼ିଲା ଧରାରେ, ଜୟଧ୍ବନି ଉଠେ ସ୍ଵର୍ଗରେ… ହୋ…
ସେ ତ ଉଠିଛନ୍ତି କବର ଫିଟାଇ … |୧|
ଘୁଞ୍ଚିଲା ଜୀବନ୍ମ ମରଣର ଭୟ
ମୃତ୍ୟୁକୁ ଗ୍ରାସ କରିଛି ଖ୍ରୀଷ୍ଟଙ୍କର ଜୟ
ମାନବ ଜଗତ ହୁଅ ଉଲ୍ଲସିତ
ଯୀଶୁ ଆମ ଖୋଲିଦେଲେ ସରଗର ପଥ
ଗାଅ ସର୍ବେ ଉଚ୍ଚ କଣ୍ଡରେ ବିଜୟୀ ଯୀଶୁଙ୍କ ନାମରେ… ହୋ…
ସେ ତ ଉଠିଛନ୍ତି କବର ଫିଟାଇ … |୨|