besatiku badalayi ki labha

ବେଶଟିକୁ ବଦଳାଇ କି ଲାଭ ପାଇବୁ ଭାଇ
ଅନ୍ତର ନ ବଦଳିଲେ ସରଗେ ନ ପାରୁ ଯାଇ (ଘୋଷା)

କେତେ ହେଉ ତୁ ସୁବେଶ ମହାକାଳର ସଦୃଶ
ମରମ ହେଲେ ପ୍ରକାଶ ସରମେ ମରିବୁ ତୁହି || ୧ ||

ଦାନ ଧାନ ପୋଷାକରେ ଲୁଚୁ ତୁ ବଡ଼ ଚତୁରେ
ଧରା କି ପଡ଼ିବୁ ନାହିଁ ସର୍ବଦଶୀ ପାଶେ ଭାଇ || ୨ ||

ଦେଖାଇ ହଟଚମଟ ନାଶ କରନା ଜଗତ
ତୋ ଲାଗି ଦେଇଛି ପ୍ରାଣ କୁଶେ ଜଗତର ସାଇଁ || ୩ ||

ମନ ଦେଇ ପାଠ କର ଧର୍ମ ଗ୍ରନ୍ଥ ପ୍ରତିଦିନ
ଯତନେ ହୃଦୟେ ଧରି ଜୀବନେ ଦିଅ ଫୁଟାଇ ||୪||

ଯୀଶୁରେ ହେଲେ ମିଳନ ବଦଳିବ ତୋ ଜୀବନ
ବାହାର ସୌନ୍ଦର୍ଯ୍ୟ ତୋର ଲୋଡ଼ା ଆଉ ହେବ ନାହିଁ ||୫||

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *