ଯୀଶୁ ମୋର ପ୍ରିୟତମ..ପ୍ରଭୁ ମୋର ପ୍ରିୟତମ..ଦଶ ସହସ୍ର ମଧ୍ୟରେ
ସେ ମୋହର ମୁଁ ତାଙ୍କର ଏ ଅଳୀକ ଜଗତରେ (ଘୋଷା)
ଆପଣାର ପଲ ନେଇ ଚରାନ୍ତି ଫୁଲ ବନରେ
ସେ ପଲର ପାଳକଙ୍କୁ ପାଇଛି ମୁଁ ଜୀବନରେ…|| ୧ ||
ଯାହା ପାଇଁ ଗଳି କନ୍ଦି ଖୋଜି ବୁଲି ମୁଁ ପଚାରେ
ପାଇଗଲେ ଅନ୍ତଃପୁରୁ ତାହାକୁ ଧରି ଓଗାଳେ…|| ୨ ||
ପ୍ରିୟ ମୋର କି ସୁନ୍ଦର ଦେଖିବାକୁ ମନୋହର
ସେହି ଏକା ଶାରୋଣର ଗୋଲାପ ଫୁଲଟି ମୋର…|| ୩ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.