ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା ।
ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ,
ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ । ୧ ।
ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର,
ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ ।
ଦେଖ ଜଗତର ରାଜାଗଣ ପ୍ରତି, ଅଭାବ ନ ଥାଇ କେହି କି ଅଛନ୍ତି ?
ମାତ୍ର ଖ୍ରୀଷ୍ଟିୟାନ ନୁହଇ ତେସନ, ସର୍ବ ଅଟେ ତା ଅଧୀନ ହେ । ୩ ।
ଈଶ୍ୱର ତାହାର ପିତା ଓ ପାଳକ, ଖ୍ରୀଷ୍ଟ ଜ୍ୟେଷ୍ଠ ଭ୍ରାତା ଆଉ ତା ତାରକ,
ସୁଖ ଶାନ୍ତିଦାତା ଅଟନ୍ତି ଧର୍ମତ୍ମା, ଆଉ ତାର କି ଭାବନା ହେ ? । ୪ ।
ଜଗତ ନୁହେଁ ତାର ନିତ୍ୟ ବସତି, ଅଟେ ସେ ଅମର ସ୍ୱର୍ଗପୁର ଯାତ୍ରୀ,
ଆହା ! ତହିଁ ତାର ଯେ ସୁଖ ସମ୍ଭ୍ରମ ବୁଝିବେ କି ଜଗଜ୍ଜନ ହେ । ୫ ।