ନିତ୍ୟେ ଆନନ୍ଦ ଯେ ଯୀଶୁ ତୁମ୍ଭ ଗୁଣ ଗୁଣି,
ପାପୀଙ୍କ କାରଣ ଅମର ଭୁବନ ତେଜିଥିଲ ପ୍ରଭୁ ପୁଣି । ଘୋଷା ।
ନର ଦେହ ଧରି ମଞ୍ଚେ ଅବତରି ବହିଥିଲ ଦାସାକାର
ଈଶ୍ୱର ମହାମହିମା ପ୍ରକାଶିଲ ପାପୀଙ୍କି କରି ନିସ୍ତାର । ୧ ।
ପଙ୍ଗୁମାନେ ଯହିଁ ପାଦ’ଛନ୍ତି ପାଇ ଅନ୍ଧେ ଦେଇଛ ନୟନ,
କେତେକେତେ ନୁଲା ହସ୍ତଇ ପାଇଲେ ମୃତ୍ୟୁଙ୍କୁ ଦେଇ ଜୀବନ । ୨ ।
ପରହିତକାରୀ ମହାପାପୀ ତାରି ଆପେ ପରାଣ ଦେଇଛ,
ପୁନରପି ଉଠି ମୃତ୍ୟୁ ଜୟ କରି ସ୍ୱର୍ଗେ ବିଜେ କରିଅଛ । ୩ ।
ସ୍ୱର୍ଗ ସଭା ମଧ୍ୟେ ଈଶ୍ୱର ଦକ୍ଷିଣେ ନିତ୍ୟେ ନିବେଦନ କରି,
ନିଜ ଶିଷ୍ୟଗଣେ ଅନନ୍ତ ଜୀବନ ଦେଉଅଛ କୃପା କରି । ୪ ।