ମନ ତୁହି ଜାଣୁ ନାହିଁ କି କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି ? । ଘୋଷା । ଯେଉଁ ଯୀଶୁ ଥରେ, ବହିଥିଲେ ତୋର ପାପ ନିଜ ପୃଷ୍ଠରେ ସେହି ଯୀଶୁ ଏହିକ୍ଷଣେ ବସି ପିତାଙ୍କ ଦକ୍ଷିଣେ ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ । ସେହି ଯୀଶୁ ଥରେ, ବହିଥିଲେ କ୍ରୁଶକାଠ ଅତି କଷ୍ଟରେ ତହିଁ ହୋଇ କ୍ଷତଯୁକ୍ତ ହେଲେ […]
Odia
ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା । ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ । ୧ । ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ । ୨ । କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ । ୩ । ସେ ଯୁଗ ଶେଷରେ ଏହି […]
ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ ! ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା । ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ? ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ, ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ । ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ […]
ପ୍ରଭୁ ହୋଇ ପୁନରୁତ୍ଥିତ, ଶିଷ୍ୟଙ୍କୁ ଫେଡ଼ିଲେ ଶାସ୍ତ୍ରର ଅର୍ଥ, ଘେନିଣ ସହିତ ବେଥନି ପର୍ଯ୍ୟନ୍ତ ଆଶୀର୍ବାଦ କଲେ ତୋଳିଣ ହସ୍ତ । ଘୋଷା । କରୁ କରୁ ସେ ଆଶୀର୍ବାଦ ଅଦୃଶ୍ୟରେ ହେଲେ ବିଭେଦ, ଗୌରବ ସହିତ ଈଶ୍ୱରଙ୍କ ସୁତ ଯାଇ ସ୍ୱର୍ଗପୁରେ ହେଲେ ଗୃହୀତ । ୧ । ଆସି ଦୁଇ ଦୂତ ସେକ୍ଷଣି ଉଚ୍ଚେ ପ୍ରକାଶିଲେ ଏ ବାଣୀ, ଆହେ ଗାଲିଲୀୟ ନିବାସୀ ସମସ୍ତେ, କିମର୍ଥେ […]
ହେ ନାରୀ, କିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ? ନାହାନ୍ତି ଯୀଶୁ ନାହାନ୍ତି ଏଠାରେ, ଉଠିଛନ୍ତି ନିଜ ବାକ୍ୟାନୁସାରେ; କର ହେ ଦର୍ଶନ, ପ୍ରଭୁଙ୍କ କବର ଶୟନ ସ୍ଥାନ । ୧ । ହେ ନାରୀ, କିପାଁ କରୁଛ ରୋଦନ ? ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ? ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ ଏଡ଼େ ପରାକ୍ରମେ ଉଠି କି […]