ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ
ବିଭୁ ନାମ ଆଜି ଗାଅରେ,ଗାଅ ନରନାରୀ ହୃଦୟ-ଯନ୍ତ୍ରେ
ସେ ନାମ ମହିମା ଗାଅରେ ା ୦ ।
ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ
ତରୁ ଶିହରେ, ତଟିନୀ ଧୀରେ
ବିଭୁ ପ୍ରେମାବେଶେ ଧାଏଁରେ ା ୧ ।
ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି,
ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି,
ଆରେ ପରାଣ ମୁଗ୍ଧ ଅବଶ
ନବ ଉଦ୍ୟମେ ଉଠରେ,
ବିଭୁ ଗୌରବ ଆସରେ ସର୍ବେ
ଆଜି ନବ ଭାବେ ଗାଅରେ ା ୨ ।

One thought on “ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ bojaayee mondiraa murojo mondre”
Thanks for lyrics