କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ
ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ ା ଘୋଷା ।
ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ,
ହୁଅ ସର୍ବ ପ୍ରାଣୀ ଭୀତ କର ତାଙ୍କ ଆରାଧନା ା ୧ ।
ସେହି ସର୍ବ ପରିତ୍ରାତା ସେ ମହା ମଙ୍ଗଳଦାତା,
ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା ା ୨ ।
ସେହି ପ୍ରଭୁ ସର୍ବଜ୍ଞାତା ଜାଣନ୍ତି ମନର କଥା,
ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା ା ୩ ।
ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ,
ସେ ଅଟନ୍ତି ସର୍ବବ୍ୟାପୀ କର ତାଙ୍କ ଆରାଧନା ା ୪ ।
ସେହି ମହା ପରାକ୍ରମୀ ଅଟନ୍ତି ଜଗତସ୍ୱାମୀ,
ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ କର ତାଙ୍କ ଆରାଧନା ା ୫ ।
ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ,
କେବଳ ପ୍ରଭୁ ଯିହୋବା ଆରାଧନାକୁ ଭାଜନ ା ୬ ।
2 thoughts on “କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano”
Please
Songs