ଆହେ ତ୍ରାଣର ପତି,
ତୁମ୍ଭେ ଫେରାଅ ମୋହର ମତି,
ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା ।
ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି,
ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି ା ୧ ।
ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି,
ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି ା ୨ ।
ମାରିଆ ନାରୀ ଯେ ଶ୍ରୀଚରଣେ ବସି କଲା ତୁମ୍ଭଠାରେ ଭକ୍ତି,
ସେହି ଅନୁସାରେ ପାପେ ଖେଦ କରି ଯେମନ୍ତେ ପାଇବି ମୁକ୍ତି । ୩ ।
ସ୍ୱର୍ଗ ଭକ୍ଷ ଦେଇ ବିଶ୍ୱାସ ସବଳ କର ତୁମ୍ଭେ ମୋର ନିତି,
ଏହି ଏତେବେଳେ ଜଣାଣ କରୁଛି ଘେନ ମୋହର ବିନତି ା ୪ ।
ନୂଆ ଜନ୍ମ ପାଇ ସ୍ୱର୍ଗ ପୁରେ ଯାଇ ଯେମନ୍ତେ କରିବି ସ୍ତୁତି,
ତୁମ୍ଭର ମହିମା ଦେଖି କରି ତହିଁ ଭୋଗିବି ଆନନ୍ଦ ଶାନ୍ତି ା ୫ ।