କେଡ଼େ ଦୁଃଖ ଦିଅଇ ମୋ ମନ୍ଦ ମନ ନିରତେ,
ଚିତ୍ତେ ରଖି ନ ଦିଏ ସୁଖ ଶାନ୍ତି କିଞ୍ôଚତେ । ଘୋଷା ।
ଯେଉଁ ପାପର ପ୍ରତି ମୋର ଅତି ବିରକ୍ତି
ତହିଁ ବଳାଏ ମତି ଅନବରତ । ୧ ।
ଧର୍ମ କର୍ମର ପ୍ରତି ଭକ୍ତି ହେଲେ ଉତ୍ପତ୍ତି
କରି ନ ଦିଏ ତାହା ବିହିତ ମତେ । ୨ ।
ଅନିତ୍ୟ ସଂସାରକୁ ଦୃଢ଼େ ବାନ୍ଧେ ହୃଦକୁ,
ବିସ୍ମୃତ ପରଲୋକ ଚିନ୍ତା ନିରତେ । ୩ ।
ବିଶ୍ୱାସକୁ ମୋହର କରି ସଦା ଅସ୍ଥିର
ସ୍ୱର୍ଗ-ଭରସା ରଖି ନ ଦିଏ ଚିତ୍ତେ । ୪ ।
ପ୍ରଭୁ ହେ, କେତେ କାଳ
ହେବ ଏ ଦଶା ମୋର !
କେତେ ସହିବି ନିତ୍ୟ ଦୁଃଖ ଏ ମତେ । ୫ ।
ତୁମ୍ଭର ମହାଶକ୍ତି ପ୍ରକାଶ ହେ ଝଟତି,
ଦମନ ହେଉ ମନ୍ଦ ମନ ତ୍ୱରିତେ । ୬ ।