ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା ।
ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁ
ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ । ୧ ।
ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର,
ସ୍ୱଗୀୟ ବଳେ କର ବଳବାନ । ୨ ।
ନିବିଡ଼ ଅନ୍ଧକାର ପୂର୍ଣ୍ଣ ଏହି ସଂସାର,
ହସ୍ତ ଧରି କରାଅ ହେ ଗମନ । ୩ ।
ମୋର ବିଶ୍ୱାସ କ୍ଷୀଣ, ସଦା ଅସ୍ଥିର ମନ
କର ସୁସ୍ଥିର କରି ଆତ୍ମାଦାନ । ୪ ।
ହିତବାକ୍ୟ ତୁମ୍ଭର ହେଉ ଗଳାର ହାର
ପ୍ରାର୍ଥନାରେ ଜାଗ୍ରତ ଥାଉ ମନ । ୫ ।
ନିତ୍ୟ ରଖି ମୋ ଦୃଷ୍ଟି କାଲ୍ବରୀ କ୍ରୁଶ ପ୍ରତି
ଯେହ୍ନେ ଧାଇବି ମୁହିଁ ଅନୁକ୍ଷଣ । ୬ ।