ଗାଅ ସର୍ବେ ଅତି ମଧୁରେ, ତ୍ରାତାଙ୍କ ନାମ ସୁସ୍ୱରେ,
ପରିତ୍ରାଣ ନେଇ ଆସିଛନ୍ତି ସେହି, ଯାଚୁଛନ୍ତି ନିଅ ସତ୍ୱରେ । ଘୋଷା ।
ପାପଭାରରେ ଯଦି ଭାରାକ୍ରାନ୍ତ, ଯୀଶୁ ଡାକୁଛନ୍ତି, ଆସ ସମସ୍ତ,
ଭାର କାଢ଼ିନେବା, ଶାନ୍ତି-ଚିତ୍ତ ଦେବା, ସୁଖୀ ହେବ ତୁମ୍ଭେ ଅନ୍ତରେ । ୧ ।
କ୍ଷୁଧିତ ତୃଷିତ କି ପରିଶ୍ରାନ୍ତ, ଅବା ନାନା ଦୁଃଖେ ଯଦ୍ୟପି କ୍ଳାନ୍ତ,
ନୋହିଣ ନିରାଶ ଆସ ଯୀଶୁ ପାଶ, ଡାକୁଛନ୍ତି ସେହି ପ୍ରେମରେ । ୨ ।
ଦେବା ପାଇଁ ସେହି ସୁସ୍ଥିର ଚିତ୍ତ ସ୍ୱର୍ଗପୁରୁଁ ହୋଇଛନ୍ତି ଆଗତ,
ପାପୀ ପ୍ରାୟଶ୍ଚିତ୍ତ ତାଙ୍କରେ ସାଧିତ, ଆଉ କିପାଁ ଡର ମନରେ । ୩ ।
ଆସ ଶୀଘ୍ର ଯିବା ଯୀଶୁଙ୍କ ପାଶ, ବେଗେ ହେବା ତାଙ୍କ ସଙ୍ଗେ ମିଳିତ,
ହେବା ଆନନ୍ଦିତ, ଚିତ୍ତ ହେବ ତୃପ୍ତ, ଗାଇବା ନାମ ପ୍ରଶଂସାରେ । ୪ ।
One thought on “gao sorbe atti modhure traatanka namo suswore”
Veri nayec song