jishunka naamo koro hai mala

ଯୀଶୁଙ୍କ ନାମ କର ହେ ମାଳା,
ଘୁଞ୍ଚିଯିବ ମନୁଁ ପାପ ଜ୍ୱାଳା । ଘୋଷା ।

ଯୀଶୁ ପ୍ରିୟନାମ କେତେ ମନୋରମ,
ଉପମାରେ ନାହିଁ ତାର ପରା;
ମୋ କର୍ଣ୍ଣେ ଅତ୍ୟନ୍ତ ଲାଗଇ ସୁମିଷ୍ଟ
ତାଙ୍କର ସୁନ୍ଦର ନାମମାଳା । ୧ ।

ତାଙ୍କ ପ୍ରିୟ ନାମ ତାଙ୍କ ମହାଗୁଣ
ନ କର ରେ ମନ କେବେ ହେଳା;
ଘୁଞ୍ଚାଇ ଦୁର୍ଗତି ଦେଇ ମନେ ଶାନ୍ତି
ବିନାଶନ୍ତି ଘୋର ପାପ-କଳା । ୨ ।

ଧନ୍ୟ ତାଙ୍କ ପ୍ରେମ, ଦେଲେ ନିଜ ପ୍ରାଣ,
ତ୍ରିଭୁବନେ ନାହିଁ ତାଙ୍କ ପରା;
ଯହିଁରେ ଆତ୍ମାର ହୁଏ ପ୍ରତିକାର,
ଯହିଁ ଉଶ୍ୱାସ ମୋ ପାପଭାରା । ୩ ।

ସେହି ତୋର ବଳ,
ସେହି ତୋର ଢାଲ, ତାଙ୍କ ବଳେ ଚାଲ ଦେଇ ଭରା;
ସେହି ତ୍ରାଣଧନ କର ତୁ ଯତନ,
ନୋହିଲେ ନରକ ବନ୍ଦିଶାଳା । ୪ ।

Leave a comment

Your email address will not be published. Required fields are marked *