କାହା ପାଶେ ମୁଁ ସାହସେ ହେ
ଯାଇପାରେ ଏ ଦୁର୍ଭାଗ୍ୟ କୁବେଶେ । ଘୋଷା ।
ତାଳୁ ତଳିପା ଯାଏ ସର୍ବାଙ୍ଗେ ଘା ବ୍ରଣ ପୂରିଛି ମୋ ଅଙ୍ଗେ,
ମୁହିଁ ଘୃଣିତ ଅଟେ ତା ବାସେ । ୧ ।
ଆଚ୍ଛାଦନ ନାହିଁ, ମୁଁ ଉଲଙ୍ଗ, ରୂପ ମନ ମୋର ବିଭଙ୍ଗ,
ଚଉଦିଗ ଘେରୁଛି ନିରାଶେ । ୨ ।
ଧର୍ମ କର୍ମ ନାହିଁ, ମୁଁ ଅଜ୍ଞାନ, ପାପେ ବହିଗଲା ମୋ ଦିନ,
ଦହି ହେଉଅଛି ପାପ ତ୍ରାସେ । ୩ ।
ପାପଶାପ ହର୍ତ୍ତା, ତ୍ରାଣକର୍ତ୍ତା ହେ ଯୀଶୁ ଖ୍ରୀଷ୍ଟ, ତୁମ୍ଭ ବାର୍ତ୍ତା
ଶୁଣି ଆସିଅଛି ତୁମ୍ଭ ପାଶେ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.