ମୋ ଯୀଶୁ ରାଜନ ବିନା
ମୋ ଜୀବନ ବୃଥା ସିନା ହେ । ଘୋଷା ।
ସେହି ମୋର ପ୍ରାଣଧନ, ସେହି ଅନନ୍ତ ଜୀବନ
ପୁଣି ସେହି ମୋର ନିତ୍ୟ ଭାବନା । ୧ ।
ଯଦି ସ୍ୱର୍ଗେ ବାସ ମୋର, ଦୂତ ସାଧୁଙ୍କ ସଙ୍ଗର,
ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ ।
ପାଇଲେ ସର୍ବ ଜଗତ, ତହିଁ ମନ ନାହିଁ ତୃପ୍ତ,
ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ ।
ଆହା ସେହି କି ସୁଡ଼ୌଲ, ଶାରୋଣ ଗୋଲାପ ଫୁଲ,
ମୋର ଆଘ୍ରାଣରେ କେଡ଼େ ବାସନା । ୪ ।
ତାଙ୍କ ପ୍ରସନ୍ନ ବଦନ, ହରଇ ଦୁଃଖ କଷଣ,
ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ୱନା । ୫ ।
ଯୀଶୁରେ ବନ୍ଧା ମୋ ପ୍ରାଣ, ଯୀଶୁ ବିନା ନାହିଁ ତ୍ରାଣ,
ମୋର ନାହିଁ ନାହିଁ ଅନ୍ୟେ କାମନା । ୬ ।