ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା ।
ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ । ୧ ।
ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ । ୨ ।
କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ । ୩ ।
ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ । ୪ ।
ମୋ ନିଜ ନୟନ କରିବ ଦର୍ଶନ ମୋ ଦେହ ହେଲେ କ୍ଷୟ ମୃତ । ୫ ।
କାଲି ଆଉ ଆଜି ସଦା ଏହିପରି ସେ ସମଭାବରେ ଜୀବିତ । ୬ ।