ପ୍ରେମ, ସୁନ୍ଦର, ପ୍ରେମ ପାରାବାର,
ଆସ ପ୍ରେମରୂପେ ବେନି ପ୍ରାଣେ;
ଅବତରି ବେନି ପ୍ରାଣ-ମନ୍ଦିରେ
ଛନ୍ଦି ଦିଅ ପ୍ରେମ ବନ୍ଧନେ । ଘୋଷା ।
ଯୁଗଳ ପ୍ରାଣେ ନବୀନ ତାନେ ପ୍ରେମ ବିଧାନେ ଯେତେ ମାଧୁରୀ
ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ । ୧ ।
ପ୍ରେମ-ନନ୍ଦନେ ପ୍ରେମ ବନ୍ଧନେ ହସ-କ୍ରନ୍ଦନେ ରଖ ଚରଣେ,
ଏକଇ ସ୍ରୋତେ ଐକ୍ୟ-ବ୍ରତେ
ଚଳାଅ ଅମୀୟ ବରଦାନେ । ୨ ।
ନିତ୍ୟ ମହତ୍ତ୍ୱେ ବିପଦ ସତ୍ତ୍ୱେ ମଙ୍ଗଳ ପଥେ ପ୍ରେମ-ଲହରୀ
ନବ ଦମ୍ପତ୍ତି ପ୍ରାଣେ ଉଠି ଅମୃତ ବିତରୁ ଧରା ଧାମେ । ୩